୩୯୧ ଟି ପଦବୀରେ ନିଯୁକ୍ତି ପାଇଁ ଓପିଏସସି ୱେବସାଇଟରେ ଆରମ୍ଭ ହେଲା ଆବେଦନ

ଭୁବନେଶ୍ୱର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୩୯୧ ଟି ପଦବୀ ପାଇଁ ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବ। ଏହି ନିଯୁକ୍ତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ୍) ଏବଂ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ମେକାନିକାଲ୍) ପଦ ପାଇଁ ହେବ। ଆଗ୍ରହୀ ପ୍ରାର୍ଥୀମାନେ ୨୯ ମାର୍ଚ୍ଚରୁ ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ। ଏପ୍ରିଲ ୨୮ ଆବେଦନର ଶେଷ ତାରିଖ ରହିଛି। ଓପିଏସସି ର ଅଫିସିଆଲ୍ ୱେବସାଇଟ୍ www.opsc.gov.in ରେ ଏହି AEE ନିଯୁକ୍ତି ଆବେଦନ କରାଯାଇପାରିବ।

ଖାଲି ପଦବୀ ବିବରଣୀ: ଓପିଏସସିର ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୯୧ ଟି ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତ ହେବେ। ସେଥିମଧ୍ୟରୁ ୩୬୨ ଟି ପଦବୀ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସିଭିଲ୍ ଏବଂ ୨୯ ଟି ପଦବୀ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମେକାନିକାଲ୍ ପାଇଁ..

ବୟସ ସୀମା: ୨୧ ରୁ ୩୮ ବର୍ଷ ମଧ୍ୟରେ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା: ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ସିଭିଲ କିମ୍ବା ମେକାନିକାଲ କ୍ଷେତ୍ରରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ଆବଶ୍ୟକ। କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଏହାର ସମାନ ଡିଗ୍ରୀ ଜରୁରୀ।

ଆବେଦନ କରିବାକୁ ଇଛୁକ ପ୍ରାର୍ଥୀମାନେ ଓପିଏସସି ର ଅଫିସିଆଲ୍ ୱେବସାଇଟ୍ www.opsc.gov.in ପରିଦର୍ଶନ କରନ୍ତୁ।

Related Articles

Back to top button