ଅଗଷ୍ଟ ୨୭ରେ ଏଏସ୍‌ଓ ପରୀକ୍ଷା

ଭୁବନେଶ୍ୱର: ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା। ରାଜ୍ୟରେ ବନ୍ୟାସ୍ଥିତି ଯୋଗୁ ଏହି ପରୀକ୍ଷା ଘୁଞ୍ଚିଥିବା ବେଳେ ଶନିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷା ୩ ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିଛି। ଦ୍ୱିତୀୟ ସିଟିଂ ପରୀକ୍ଷା ସାେ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଟିକେ ଅଧିକ ରଖାଯାଇଛି। ସେମାନେ ପ୍ରତି ସିଟିଂରେ ଅଧ ଘଣ୍ଟାଏ ଲେଖାଏଁ ଅଧିକ ସମୟ ପାଇବେ। ପ୍ରଥମ ସିଟିଂରେ ସାଧାରଣ ଜ୍ଞାନ ପରୀକ୍ଷା ହେବ। ଦ୍ୱିତୀୟ ସିଟିଂରେ ରିଜନିଂ ଆଣ୍ଡ ମେଣ୍ଟାଲ ଆବିଲିଟି ସହିତ ଗଣିତ ପରୀକ୍ଷା କରାଯିବ। ସେହିପରି ତୃତୀୟ ସିଟିଂରେ ଇଂରାଜୀ ଓ ଓଡ଼ିଆ ପରୀକ୍ଷା ହେବ ବୋଲି ଜଣାପଡ଼ିଛି।

Related Articles

Back to top button