
ବସ୍ତି ବାସିନ୍ଦାକୁ ମିଳିଥିବା ଘର ଲାଗିଛି ଭଡ଼ାରେ: ଆବାସ ଘର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ମିଳିଥିବା ଆବାସ ଘର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀ ଭୁବନେଶ୍ୱର ଏକାମ୍ର ଭୁବନେଶ୍ୱର ମଇଁଷିଖାଲ ଏବଂ ଗଧିଆଖାଲ ଅଂଚଳରେ ଆବାସ ଘର ଯୋଜନାର ତଦନ୍ତ କରାଯିବ । ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି । ଯାହାର ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଥାଉ କି ରାଜଧାନୀରେ ଆବାସ ଯୋଜାନରେ ବସ୍ତି ବାସିନ୍ଦାକୁ ମିଳିଥିବା ଘର ଭଡାରେ ଲାଗିଛି । ସମ୍ମାନ ଓ ହକର ସହ ବଞ୍ଚବାକୁ ବସ୍ତି ବାସିନ୍ଦାଙ୍କୁ ଏହି ଘର ଯୋଗାଇ ଦିଆଯାଇଛି । ହେଲେ ଚିତ୍ର ଏଠି ଓଲଟା । କିଏ ଆବାସ ଘରକୁ ଭଡା ଲଗାଉଛି ତ ଆଉ କିଏ ଆର୍ଥିକ ସ୍ବଚ୍ଛଳ ଥିଲେ ମଧ୍ୟ ତଥ୍ୟ ଲୁଚାଇ ହାତେଇଛନ୍ତି ଘର । ଅଭିଯୋଗକୁ ଭିତି କରି ସଂପୃକ୍ତ ହିତାଧିକାରୀଙ୍କ ଘରକୁ ବାତିଲ କରାଯିବ ।