
ବର୍ଷା-ଅନୁଭବ ବିବାଦ ମାମଲା: ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଭୁବନେଶ୍ବର : ବର୍ଷା-ଅନୁଭବଙ୍କ ବିବାଦ ମାମଲା । ବର୍ଷା-ଅନୁଭବ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ ହାଇକୋର୍ଟ ପୁଣି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଗତ ମେ ୨୭ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କେହି କାହାକୁ ଆକ୍ଷେପ କରିପାରିବନି । ହେଲେ ଏହାର ପାଳନ କରାଯାଉ ନଥିବା ଦର୍ଶାଇ ବର୍ଷା ପୁଣି ଆବେଦନ କରିଥିଲେ । ଏଥିସହ ସୋସିଆଲ ମିଡିଆରେ ଅନୁଭବଙ୍କ ଭାଇରାଲ ହେଉଥିବା କିଛି ଭିଡିଓ ତାଙ୍କର ସମ୍ମାନହାନୀ କରିଥିବା ଅଭିଯୋଗ କରିଥିଲେ ବର୍ଷା। ଏନେଇ ପୁରୀଘାଟ ଥାନା ଓ ସାଇବର ଥାନାରେ ଅଭିଯୋଗ କରିବା ସହ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଏନେଇ ଜଷ୍ଟିସ କେ. ଆାର ମହାପାତ୍ର ଗୁରୁତ୍ବପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି ।