ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା। ଏହି ମାମଲାରେ ଇଡିକୁ ତଦନ୍ତରେ ସହଯୋଗ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତରେ ଶ୍ରଦ୍ଧାଞ୍ଜଳି ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା। ଜାନୁଆରୀ ୧୭ ତାରିଖର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପଟେ ଅର୍ଚ୍ଚନାଙ୍କୁ ୭ ଦିନ ଓ ଜଗବନ୍ଧୁଙ୍କୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲା। କୋର୍ଟ ଏହି ଆବେଦନକୁ ଗ୍ରହଣ କରି ଜଗବନ୍ଧୁଙ୍କୁ ୯ଦିନ ଓ ଅର୍ଚ୍ଚନାଙ୍କୁ ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହାପରେ ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଜେରା ପ୍ରକ୍ରିୟା ଆରମ୍ଭ କରିଛି।