ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ମାମଲା, ଦୁଇ ଶହ କୋଟିରେ କିଣିବାକୁ ଓଏମ୍‌ବିଏସ୍‌ର ଆବେଦନ

କଟକ : ହାଇକୋର୍ଟରେ ଓଟିଏମ ପୁନଃରୁଦ୍ଧାର ମାମଲା । ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ। ଏହା ସହ ଆସନ୍ତା ଗୁରୁବାର ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ। ଅନ୍ୟ ପକ୍ଷରେ ଦୀର୍ଘଦିନ ଧରି ଅଚଳ ହୋଇ ରହିଥିବା ଓଡିଶା ଟେକ୍ସଟାଇଲ୍‌ ମିଲ୍‌ର ସମ୍ପତ୍ତି କିଣିବାକୁ ଏକ ଘରୋଇ ସଂସ୍ଥା ପ୍ରସ୍ତାବ ଦେଇଛନ୍ତି । ଭୁବନେଶ୍ୱର ମେଡ଼ିସିନ ବ୍ୟାଙ୍କ ସୋସାଇଟି ନାମକ ଏହି ସଂସ୍ଥା ଓଟିଏମକୁ ୨୦୦ କୋଟିରେ କିଣିବା ପାଇଁ ଏପରି ପ୍ରସ୍ତାବ ଦେଇଛି। ହାଇକୋର୍ଟରେ ମଧ୍ୟ ସଂପୃକ୍ତ ମେଡ଼ିସିନ ବ୍ୟାଙ୍କ ସୋସାଇଟି ଏକ ଇଣ୍ଟରଭେନିଂ ଆପ୍ଲିକେସନ ଦାଖଲ କରିଛି। ଏସଂକ୍ରାନ୍ତରେ ଆସନ୍ତା ଗୁରୁବାର ହାଇକୋର୍ଟରେ ଶୁଣାଣି ହେବ।

ଉଲ୍ଲେଖଯୋଗ୍ୟ ଯେ, ଏକଦା ରାଜ୍ୟର ବୟନଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସରକାରୀ ଉତ୍ପାଦନକାରୀ ଓଟିଏମ୍‌ ପରିଚାଳନାଗତ ତ୍ରୁଟି ଲାଗି ତାର ଗୌରବ ହରାଇଥିଲା । ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହେବା ସହ ଶ୍ରମିକ ଅଶାନ୍ତି ଜାରି ରହିଥିଲା । ତେବେ କଟକ ଚୌଦ୍ୱାରରେ ସ୍ଥାପିତ ଏହି ଟେକ୍ସଟାଇଲ୍‌ ମିଲ୍‌କୁ ପୁଣି ସକ୍ରିୟ କରିବାକୁ ଦାବି ହୋଇଆସୁଥିବା ବେଳେ ଏବେ ହାଇକୋର୍ଟଙ୍କ ରାୟ ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ ।

Related Articles

Back to top button