ସାଲେପୁରରେ ଅଷ୍ଟପ୍ରହରୀ ପ୍ରସାଦ ଖାଇ ଶତାଧିକ ଲୋକ ଅସୁସ୍ଥ

କଟକ: ଶନିବାର ଅଷ୍ଟପ୍ରହରୀ ପ୍ରସାଦ ଖାଇବାର କିଛି ଘଣ୍ଟା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । କଟକ ଜିଲ୍ଲା ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଯଜ୍ଞ ହେଉଥିଲା । ଶୁକ୍ରବାର ରାତିରେ ଅଷ୍ଟପ୍ରହରୀ ଶେଷ ହେବା ପରେ କାନପୁର, ରାମକାପୁର, ଦେଉଳି, ଜୟୀରାମପୁର ଓ ଗୁଆଳି ଗାଁର ଲୋକ ପ୍ରସାଦ ଖାଇଥିଲେ । ପ୍ରସାଦ ଖାଇବା ପରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ପଡ଼ିଥିଲେ । ଅସୁସ୍ଥଙ୍କୁ ତୁରନ୍ତ ନିଶ୍ଚିନ୍ତକୋଇଲି, ମାହାଙ୍ଗ ସହ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଏଭଳି ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ସନ୍ଦେହ କରୁଥିବା ବେଳେ ଅସୁସ୍ଥଙ୍କ ଚିକିତ୍ସା କରାଯାଉଛି ।

Related Articles

Back to top button