ଚଳିତ ଥର ରଥଯାତ୍ରାରେ ନିୟୋଜିତ ହେବେ ୧୦ ହଜାରରୁ ଊର୍ଦ୍ଧ୍ଵ ସୁରକ୍ଷାକର୍ମୀ : ଆରକ୍ଷୀ ଅଧିକ୍ଷକ ଯୋଗେଶ ବାହାଦୂର ଖୁରାନିଆ

ଆଉ ମାତ୍ର ଦୁଇଟା ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚି ସାରିଲାଣି । ଚଳିତ ବର୍ଷ ରଥଯାତ୍ରାରେ ୧୦ ହଜାର ସୁରକ୍ଷାବାହିନୀ ନିୟୋଜିତ ହେବେ । ଆରକ୍ଷୀ ଅଧିକ୍ଷକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୁରୀ ପୌର ସଦନରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର ରଥଯାତ୍ରାରେ ୧୦ ହଜାରରୁ ଊର୍ଦ୍ଧ୍ଵ ସୁରକ୍ଷାକର୍ମୀ ନିୟୋଜିତ ହେବେ । ଜଳ, ସ୍ଥଳ ଏବଂ ଆକାଶ ପଥରୁ ପୁରୀ ସହର ଉପରେ କଡ଼ା ନଜର ରଖାଯିବ । ସମସ୍ତ ଜାଗାରେ ଆତଙ୍କବାଦ ନିରୋଧୀ ଟିମ୍ ମଧ୍ୟ ମୁତୟନ ହେବେ । ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ ରହିବେ । ସେହିପରି ଟ୍ରାଫିକ୍ ବ୍ୟବସ୍ଥା ସୁପରିଚାଳନା ପାଇଁ ସହର ଭିତରେ ଓ ବାହାରେ ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ପୁରୀ ସହରରେ ୫୩ଟି ଓ ସହର ବାହାରେ ରହିବ ୧୭ଟି ଏଡ୍ ପୋଷ୍ଟ ଇନ୍ ରହିବ । ଏହା ସହିତ ସାଇଡ ଟ୍ରାଫିକକୁ ୪ ଭାଗରେ ବିଭକ୍ତ କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣରେ ୪୨ ସେକ୍ସନ ଫୋର୍ସ ନିୟୋଜିତ । ଏହା ସହିତ କୁମ୍ଭାରପଡ଼ା ଏବଂ ମାଳତିପାଟପୁରରେ ୨ଟି ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇ ଭିଡ଼ ନିୟନ୍ତ୍ରଣ କରାଯିବ ।

Related Articles

Back to top button