ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ସମ୍ପୂର୍ଣ୍ଣ ନିଷେଧ

ଆଜିଠାରୁ ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ଯାନ୍ କଲା ଶ୍ରୀମନ୍ଦିର ପ୍ରଶାସନ। ବରାହ ପୁରାଣ ଆଧାରରେ କରାଯାଇଛି କଟକଣା। ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ଯବହାର ଉପରେ କଟକଣା ଲାଗିଥିବା ସୂଚନା।

ମନ୍ଦିର ଭିତରେ ସେବାୟତ, ପୋଲିସ, ଭକ୍ତ ଆଦି କେହି ପାନଗୁଟଖା ଖାଇପାରିବେ ନାହିଁ। ଶ୍ରୀମନ୍ଦିର କାର୍ଯ୍ଯାଳୟରେ ମଧ୍ୟ ପାନଗୁଟଖା ବ୍ଯାନ୍ କଲା ପ୍ରଶାସନ। ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ଯବସ୍ଥା ଗତ ତ୍ରୁଟି ଯୋଗୁଁ ସଠିକ ଭାବେ କାର୍ଯ୍ଯକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର। ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି। ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Related Articles

Back to top button