ସୋମବାର ବିଧାୟିକା ଭାବେ ଶପଥ ନେବେ ବର୍ଷା ସିଂହ ବରିହା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି ଘୋଷଣା କରିଛନ୍ତି ।

ପଦ୍ମପୁର ବିଧାୟକ ଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଏଠାରେ ୫ ତାରିଖରେ  ଉପନିର୍ବାଚନ ହୋଇଥିଲା। ଏଥିରେ ବିଜୟ ରଞ୍ଜନଙ୍କ ଝିଅ ବର୍ଷା ବିଜେଡି ପ୍ରାର୍ଥୀ  ଭାବେ ନିର୍ବାଚନ ଲଢୁଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଥିଲେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ । ଉଭୟଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶେଷରେ  ୪୨ ହଜାର ୬୭୯ ଖଣ୍ଡ  ଭୋଟ୍‌ରେ ପରାସ୍ତ କରିଥିଲେ।

Related Articles

Back to top button