ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ସୁନିଶ୍ଚିତ

ଭୁବନେଶ୍ୱର:  ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି। ପଦମପୁର ଫାଇଟରେ କିଏ ମାରିବ ବାଜି ? କିଏ ପିନ୍ଧିବ ବିଜୟ ଟୀକା ? ୨୦୨୪ ପୂର୍ବରୁ କଣ ରାୟ ଦେବ ପଦମପୁର । କଣ କହୁଛି ଜନାଦେଶ । ଧଡ଼ଧଡ଼ ହେଲାଣି ନେତାଙ୍କ ଛାତି । ଷ୍ଟ୍ରଙ୍ଗ ରୁମ ଖୋଲିବା ପରେ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ପେପର ଗଣିତହେବା ପରେ ଏବେ ଇଭିଏମ ଭୋଟ ଗଣତି ଜାରି ରହିଛି । । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବାବେଳେ  ରାଉଣ୍ଡ-୨୦  ଗଣତି ଶେଷ ହୋଇଛି।  ରାଉଣ୍ଡ-୨୦  ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି।  ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  ୨୩ ରାଉଣ୍ଡ ଗଣନା ପରେ ଫଳାଫଳ ବାହାରିବ । ତେବେ   ରାଉଣ୍ଡ-୨୦  ଗଣତି ଶେଷ ସୁଦ୍ଧା କାହାକୁ କେତେ ଭୋଟ ମିଳିଛି ଆସନ୍ତୁ ଜାଣିବା
ବର୍ଷା ସିଂ ବରିହା(ବିଜେଡି)-୫୨୬୬    ମୋଟ-୧୦୪୧୮୩
ପ୍ରଦୀପ ପୁରୋହିତ(ବିଜେପି)-୩୫୬୬   ମୋଟ-୬୮୮୮୭
ସତ୍ୟଭୂଷଣ ସାହୁ(କଂଗ୍ରେସ-)୧୫୧     ମୋଟ-୩୨୧୦
 ବିଦ୍ୟାଧର ପାଣ୍ଡଭ-୧୫                ମୋଟ-୨୯୮
 ମୁକ୍ତେଶ୍ୱର ଦାସ-୧୦                    ମୋଟ-୨୨୯
ଉଦିତ ବନ୍ଦିଆ-୧୭                       ମୋଟ-୩୫୩
ଗଙ୍ଗାଧର ସାହା-୧୮                      ମୋଟ-୩୫୮
ଦେବରଚନ ନାୟକ-୨୧                  ମୋଟ-୪୮୧
ବୃନ୍ଦାବନ ପରୋହିତ-୧୯                  ମୋଟ-୫୧୪
ସହଦେବ ସାହୁ-୫୭                       ମୋଟ-୧୦୧୯
ନୋଟା-୯୬                                 ମୋଟ-୧୮୪୦

Related Articles

Back to top button