ଆସନ୍ତା ୨୦ ତାରିଖ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିପାରେ

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପଦ୍ମପୁର ଉପ ନିର୍ବାଚନ ବେଳେ ଏହାକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଥିଲା । ମୁଖ୍ୟମନ୍ତ୍ରୀ ବି ପ୍ରତିଶ୍ରୁତି ଦେଇଥିଲେ ଏହି ଦାବି ପୂରଣ କରିବାକୁ । ଗଣମାଧ୍ୟମ ସୂଚନା ଅନୁଯାୟୀ ଏହି ପ୍ରତିଶ୍ରୁତି ଖୁବ ଶୀଘ୍ର ପୂରଣ କରବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୦ ତାରିଖ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିପାରେ । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ଗତ ଉପନିର୍ବାଚନ ସମୟରେ ଜିଲ୍ଲା ମାନ୍ୟତା ଦାବି ତେଜିଥିଲା । ଏ ନେଇ ଆନ୍ଦୋଳନକାରୀ ନବୀନ ନିବାସକୁ ôଆସି ମୁଖ୍ୟମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏ ନେଇ ଆନ୍ଦୋଳନକାରୀଙ୍କୁ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆଗାମୀ ସାଧାରଣ ନର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା ରଖିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଖୁବ ଶିଘ୍ର ସେ ପଦ୍‌ମପୁରକୁ ଜିଲ୍ଲା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Articles

Back to top button