ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ଏ ନେଇ ସୂଚନା ପାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ପାତ୍ରପୁଟ ସ୍ଥିତ ତାଙ୍କ ଘରକୁ ଯାଇ ଆମ୍ବୁଲାନ୍ସ ଯୋଗେ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି। ଏଠାରେ ପଦ୍ମଶ୍ରୀ କମଳାଙ୍କୁ ଏକ ସ୍ବତନ୍ତ୍ର କ୍ୟାବିନରେ ରଖାଯାଇ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ଚିକିତ୍ସା କରାଯାଉଛି । ବିଭିନ୍ନ ପରୀକ୍ଷା ପରେ ଅସୁସ୍ଥତାର କାରଣ ଜଣାପଡ଼ିବ ବୋଲି ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତମାସରେ ମଧ୍ୟ କିଡ୍‌ନୀରେ ସମସ୍ୟା ଯୋଗୁ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ଜୟପୁର ଓ ପରେ କଟକ ସ୍ଥିତ ଏସ୍‌ସିବି ମେଡିକାଲରେ ଚିକିତ୍ସା ପରେ ସେ ସୁସ୍ଥହୋଇ ଫେରିଥିଲେ।

Related Articles

Back to top button