ସାଉଥଷ୍ଟାର ଚିୟାନ୍ ବିକ୍ରମ୍‌ଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ:  ନିକଟ ଅତୀତରେ ଦକ୍ଷିଣ ଭାରତୀୟ ଷ୍ଟାର୍ ପୁନୀତ ରାଜକୁମାରଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ଏବେ ଆଉଜଣେ ଦକ୍ଷିଣୀ ଷ୍ଟାର୍ ଚିୟାନ୍ ବିକ୍ରମ୍‌ ମଧ୍ୟ ହୃଦ୍‌ଘାତରେ ଶିକାର ହୋଇଛନ୍ତି।

ଗତକାଲି(ଜୁଲାଇ ୭) ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚେନ୍ନାଇର କୌଭେରି ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ଏଞ୍ଜିଓ ଗ୍ରାମ୍ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆଜି ଚିୟାନ ବିକ୍ରମଙ୍କର ଅପ୍‌ କମିଂ ଫିଲ୍ମ ପୋନିୟନ ସେଲ୍‌ଭନ-୧ର ଟିଜର ରିଲିଜ୍ କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା।

ସୂଚନା ଥାଉକି, ଚିୟାନ ବିକ୍ରମ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଖୁବ୍ ଲୋକପ୍ରିୟ ଅଭିନେତା। ସେ ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଶେଷ ଥର ପାଇଁ ତାଙ୍କୁ କାର୍ତିକ ସୁବ୍ବାରାଜା ମହାନରେ ଦେଖାଯାଇଥିଲା। ଯାହା ଆମାଜନ ପ୍ରାଇମ୍ ଭିଡିଓରେ ରିଲିଜ୍ ହୋଇଥିଲା। ଏବେ ତାଙ୍କର ପୋନିୟନ ସେଲ୍‌ଭନ-୧ ଫିଲ୍ମ ମୁକ୍ତିଲାଭ ଅପେକ୍ଷାରେ ରହିଛି।

Related Articles

Back to top button