ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆମ୍ରପଲ୍ଲୀ ଗ୍ରୁପ ଏବଂ ଧୋନୀଙ୍କ ଅର୍ଥ କାରବାର ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୋମବାର ଏ ନେଇ ଶୁଣାଣୀ କରିବା ସହ ଧୋନୀ ଏବଂ ଆମ୍ରପଲ୍ଲୀ ଗ୍ରୁପକୁ ପକ୍ଷ ରଖିବା ପାଇଁ ଉପରୋକ୍ତ ନୋଟିସ ଜାରୀ କରାଯାଇଛି । ଧୋନୀ ଏହି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ତାଙ୍କୁ ୧୫୦ କୋଟି ଟଙ୍କା ଆମ୍ରପଲ୍ଲୀ ଗ୍ରୁପ ନିକଟରୁ ପାଇବାକୁ ଅଛି । ଅର୍ଥର ଅଭାବ ଯୋଗୁ ଗ୍ରାହକମାନେ ବୁକ କରାଯାଇଥିବା ଫ୍ଲାଟ ପାଇପାରୁ ନାହୁଁ ବୋଲି କୁହାଯାଇଛି । ଧୋନୀଙ୍କୁ ଯଦି ଆମେ ବକେୟା ଟଙ୍କା ପୈଠ କରିବୁ ତାହାହେଲେ ସେମାନଙ୍କୁୁ ଫ୍ଲାଟ ଦେଇହେବ ନାହିଁ । ଅପରପକ୍ଷରେ ଆମ୍ରପାଲ୍ଲୀ ଗ୍ରୁପ ଗ୍ରାହକଙ୍କ ନିକଟରୁ ଅର୍ଥ ନେବା ସତ୍ୱେ ଫ୍ଲାଟ ଯୋଗାଇବାରେ ଅସମର୍ଥ ହୋଇଛି । ଯାହା ବିରୋଧରେ ଗ୍ରାହକମାନେ ପ୍ରଥମେ କୋର୍ଟକୁ ଯାଇଥିଲେ । ଏହି ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ବୁଝାମଣା କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ସେଥିରେ ମଧ୍ୟ କୌଣସି ଅଗ୍ରଗତି ନ ହେବାରୁ ସୁପ୍ରିମକୋର୍ଟ ନୋଟିସ ଜାରୀ କରିଛନ୍ତି ।

Related Articles

Back to top button