ପାରାଦ୍ୱୀପ ନିକଟ ସମୁଦ୍ରରେ ମାଛଧରା ଟ୍ରଲରରେ ନିଆଁ

ପାରାଦ୍ୱୀପ : ପାରାଦ୍ୱୀପ ସମୁଦ୍ର ମଝିରେ ପୁଣି ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛିା ବୋଟରେ ୯ ଜଣ ମତ୍ସ୍ୟଜୀବୀ ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା ୯ଜଣ ମତ୍ସଜୀବୀ ଜୀବନ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ । ତେବେ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଅନ୍ୟ ବୋଟ ଦ୍ୱାରା ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଇଞ୍ଜିନରେ ଥିବା ଟର୍ବୋ ସ୍ପାର୍କିଂରୁ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ଆଜି ଏହି ମତ୍ସ୍ୟଜୀବୀ ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିବେ । ଶନିବାର କୋଣାର୍କ ନିକଟରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିଲା । ଏହି ଅଘଟଣର ୨୪ ଘଂଟା ନପୁରୁଣୁ ପୁଣି ଘଟଣାର ପୁନରାବୃତ୍ତି ହୋଇଛି ।

Related Articles

Back to top button