ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହି ବିମାନ

ମାଲକାନଗିରି ଜିଲାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡିବ ଯାତ୍ରୀବାହି ବିମାନ । ଏନେଇ ସୂଚନା ଦେଲେ ଇଣ୍ଡିଆ ଅନ ଏୟାରର ବିମାନ ଅଧିକାରୀ । ଆଜି ପୁଣି ଥରେ ଇଣ୍ଡିଆ ଅନ୍ ଏୟାର୍ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ କରାଯାଇଥିଲା।

କ୍ୟାପଟେନ ସବାରିଷ ଏସ କୁମାର । ଏୟାର୍‌ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଇଣ୍ଡିଆ ଅନ୍ ଏୟାର୍ ବିମାନର ରେଜୁନାଲ ମ୍ୟାନେନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲର ତଦାରଖ କରିଥିଲେ । ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଖୁବ ଶୀଘ୍ର ଏଠାରୁ ଯାତ୍ରୀ ବାହି ବିମାନ ଚଳାଚଳ କରିବ ବୋଲି ଏୟାର୍‌ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିସନ ଆଡଭାଜର ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

Related Articles

Back to top button