ନୀଳଗିରିରେ ଆରମ୍ଭ ହେବ ଯାତ୍ରୀବାହୀ ଟ୍ରେନ୍ ସେବା

ବାଲେଶ୍ୱର: ଖୁବ୍‌ଶୀଘ୍ର ବାଲେଶ୍ୱରର ନୀଳଗିରିରେ ଟ୍ରେନ୍‌ ସେବା ଆରମ୍ଭ ହେବ। ନିଳଗିରି ଦେଇ ଚାଲିବ ଯାତ୍ରୀବାହୀ ଟ୍ରେନ୍‌। ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଳିଗରିରେ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବି ଜଣାଇଥିଲେ। ଏସମ୍ପର୍କରେ ଆଲୋଚନା କରିବା ପରେ ନୀଳଗିରିରେ ଟ୍ରେନ୍ ଚାଲିବ ବୋଲି ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

ପ୍ରତାପ ଷଡ଼ଙ୍ଗୀ ନୀଳଗିରିର ସାଂସଦ ଥିବା ବେଳେ ଉକ୍ତ ଅଞ୍ଚଳରେ ଟ୍ରେନ୍ ଚଳା ଚଳା କରିବାକୁ ଦାବି ଉଠାଇଥିଲେ। ତେବେ ବାଲେଶ୍ୱର ସାଂସଦ ହେବା ପରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ। ଏହି ସମୟରେ ପ୍ରତାପ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଟ୍ରେନ୍ ଚଳାଚଳନ ନେଇ ଦାବି କରିଥିଲେ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରେଖି ଖୁବ୍‌ଶୀଘ୍ର ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ମନ୍ତ୍ରୀ କହିଥିଲେ।

ପ୍ରତାପ ଷଡ଼ଙ୍ଗୀ ନୀଳଗିରିର ସାଂସଦ ଥିବା ବେଳେ ଉକ୍ତ ଅଞ୍ଚଳରେ ଟ୍ରେନ୍ ଚଳାଚଳା କରିବାକୁ ଦାବି ଉଠାଇଥିଲେ। ପରେ ବାଲେଶ୍ୱର ସାଂସଦ ଭାବେ ନିର୍ବାଚିତ ହୋଇ ସେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଏହି ସମୟରେ ପ୍ରତାପ ତତ୍କାଳୀନ ରେଳମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ବାଲେଶ୍ୱରରୁ ଗୋପୀନାଥପୁରରେ ଟ୍ରେନ୍ ଚଳାଚଳ ନେଇ ଦାବି ଉଠାଇଥିଲେ। ରେଳମନ୍ତ୍ରୀ ମଧ୍ୟ ଦାବିକୁ ବିଚାର କରି ରେଳପଥ ନିର୍ମାଣ ପାଇଁ ସର୍ଭେ କରାଇଥିଲେ। ହେଲେ, ରାଜସ୍ୱ ମିଳିବା ଆଶା କ୍ଷୀଣ ଥିବାରୁ ପ୍ରୋଜେକ୍ଟ ଅଧାରେ ରହିଯାଇଥିଲା।

ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ପୁଣିଥରେ ଆଶ୍ୱିନୀଙ୍କ ପାଖରେ ତାଙ୍କ ଦାବି ଉଠାଥିଲେ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରେଖି ଖୁବ୍‌ଶୀଘ୍ର ଯାତ୍ରୀବାହୀ ଟ୍ରେନ୍ ଚାଲିବ ବୋଲି ମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଥାଉକି, ୨୦୨୨ ଜାନୁଆରି ୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ନୀଳଗିରି ଆସି ଗୋପୀନାଥପୁରରେ ରେଳଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ କାମ ଜାରି ରହିଛି। ବର୍ଷକ ମଧ୍ୟରେ ୧୭ କିମି ରେଳପଥ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଗୋପୀନାଥପୁର ଷ୍ଟେସନ ଗୃହ ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୪୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଅନ୍ୟପଟେ ବାଲେଶ୍ୱର-ଗୋପୀନାଥପୁର ରେଳପଥ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଫଳରେ ଏହା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦେଇ ଝାଡ଼ଖଣ୍ଡର ଟାଟା ସହର ସହ ଯୋଡ଼ି ହେବ ବୋଲି ସୂଚନା ମିଳିଛି। ଏଠି କହି ରଖୁଛୁ ଯେ ଖୁବ୍‌ଶୀଘ୍ର ଅନ୍ୟ ଏକ ଯାତ୍ରୀବାହୀ ଟ୍ରେନ୍‌ ହାୱଡ଼ାରୁ ବାଲେଶ୍ୱର ଦେଇ ଗୋପୀନାଥପୁର ଯିବ ଏବଂ ସେଠାରୁ ଭୁବନେଶ୍ୱର ଯାତ୍ରା କରିବ।

Related Articles

Back to top button