
ଶ୍ରୀମନ୍ଦିରରେ ଆଜିଠାରୁ ପଟଦିଅଁ ପୂଜା
ପୁରୀ : ଶ୍ରୀମନ୍ଦିରରେ ସୋମବାର ଠାରୁ ଆରମ୍ଭ ହୋଇଛି ଦାରୁବ୍ରହ୍ମଙ୍କ ଗୁପ୍ତ ନୀତି। ଗତକାଲି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ଜ୍ୱର। ଏହାପରେ ଅଣସର ଘରେ ଚାଲିଛି ଦାରୁବ୍ରହ୍ମଙ୍କ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ଆଜିଠାରୁ ପଟଦିଅଁ ପୂଜା ଆରମ୍ଭ ହୋଇଛି। ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପାଇଁ ଶ୍ରୀ ବାସୁଦେବ, ଶ୍ରୀ ଜଗନ୍ନାଥଙ୍କ ପାଇଁ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ପାଇଁ ଭୁବନେଶ୍ଵରୀ ପୂଜା ପାଇବେ। ଆଗାମୀ ୧୯ ତାରିଖ ଦିନ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ନବ ଯୌବନ ରୂପରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେବେ ।