ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ

ପରିବା ଦରବୃଦ୍ଧି ଯୋଗୁଁ ଲୋକେ ଏବେ ଉତ୍ତେଜିତ ହୋଇଉଠିଛନ୍ତି | ପରିବା ହାଟରେ ପରିବା ଏତେ ମହଙ୍ଗା ଯେ କିଣିବା ପୂର୍ବରୁ ଲୋକଙ୍କୁ ଶହେଥର ଭାବିବାକୁ ପଡୁଛି । ହେଲେ ରାଜନୈତିକ ହାଟରେ ପରିବା ଏବେ ବହୁତ ଶସ୍ତା ହୋଇଯାଇଛି । ସାଧାରଣ ଲୋକଟିଏ ପାଇଁ କିଛିଦିନ ହେବ ପରିବା ସାତ ସ୍ୱପ୍ନ ହୋଇଯାଇଥିବା ବେଳେ ରାଜନୈତିକ ଦଳର କର୍ମୀମାନେ କେଉଁଠି ବେକରେ ପରିବା ମାଳ ପିନ୍ଧି ପ୍ରତିବାଦ କରୁଛନ୍ତି ତ କେଉଁଠି ଲୋକଙ୍କୁ ଶସ୍ତାରେ ପରିବା ବିକ୍ରି କରି ପ୍ରତିବାଦ କରୁଛନ୍ତି । ଏହି କ୍ରମରେ ଆଜି ଛାତ୍ର କଂଗ୍ରେସ ତରଫରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଘର ଆଗରେ ପରିବା ଦର ବୃଦ୍ଧି ବିରୋଧରେ ପ୍ରତିବାଦ କରିଛନ୍ତି । ଛାତ୍ର କଂଗ୍ରେସର ଶହ ଶହ କର୍ମୀ ଏକ ରାଲି କରି ମନ୍ତ୍ରୀଙ୍କ ବାସଭବନ ଆଗରେ ପହଂଚିବା ପରେ ସେଠାରେ ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ କରି ପ୍ରତିବାଦ କରିଛନ୍ତି ।

Related Articles

Back to top button