ତାଳଗଛ କାଟିବାକୁ ହେଲେ ବନବିଭାଗ ଠାରୁ ନେବାକୁ ହେବ ଅନୁମତି

ଏଣିକି ମନାଇଚ୍ଛା କାଟି ପାରିବେନି ତାଳଗଛ । ତାଳଗଛ କାଟିବାକୁ ହେଲେ ବନବିଭାଗ ଠାରୁ ନେବାକୁ ହେବ ଅନୁମତି । ଏପରିକି ନିଜ ବାଡିରେ ଥିବା ତାଳଗଛ କାଟିବା ପାଇଁ ଅନୁମତି ନେବାକୁ ହେବ । ମନାଇଚ୍ଛା ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ।ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ଲାଗିବ । ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ । ସେଥିପାଇଁ SRCଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ ।

Related Articles

Back to top button