
ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ
ଝାରସୁଗୁଡ଼ା ବ୍ରଜରାଜନଗର ରେଳ ଷ୍ଟେସନରୁ ଉଦ୍ଧାର ହେଲା ୨୦ଟି ଇଂପୋର୍ଟେଡ଼ ପର୍ସିଆନ ବିଲେଇ। ମୁମ୍ବାଇ ଶାଳୀମାର ଟ୍ରେନରେ ଅଣାଯାଉଥିଲା । ବଡ଼ ସାନ କରି ୨୦ଟି ପର୍ସିଆନ ବିଲେଇ। ମୁମ୍ବାଇରୁ ଆଣି ସାନ୍ତରାଗାଛିକୁ ନେଇ ଯାଉଥିଲେ ଏହି ବିଲେଇ ବୋଲି ଆରପିଏଫ ତରଫରୁ ସୂଚନା ମିଳିଛି । ତେବେ ସାନ୍ତ୍ରାଗାଛିର ଏକ ଫାର୍ମ ରେ ବିକ୍ରି କରିବାର ଉଦେଶ୍ୟରେ ଏହି ବିଦେଶୀ ବିଲେଇ ଟ୍ରେନ ଚାଲାଣ ହେଉଥିବା ଅନୁମାନ କରୁଛି ବ୍ରଜରାଜନଗର ଆରପିଏଫ ।ଶାଳୀମାର ଟ୍ରେନରେ ରାତିରେ ୨.୩୦ରେ ବ୍ରଜରାଜନଗର ଷ୍ଟେସନରେ ପହଁଚିବା ପରେ ଆରପିଏଫ ତରଫରୁ ବିଲେଇ ନେଇ ଯାଉଥିବା ଦମ୍ପତିଙ୍କୁ ଅଟକ ରଖିଛି ନେଇଛି ଆରପିଏଫ । ମୁମ୍ବାଇର ଆମୀନ ଶୈୟଦ ନିଜ ସ୍ତ୍ରୀ ଏବଂ ଚାରି ମାସର ଶିଶୁକୁ ନେଇ ଏହି ବିଲେଇ ନେଇ ଯାଉଥିଲେ ।