ଘରେ କୁକୁର ରଖୁଥିଲେ ୫୦୦ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ!

ଭୁବନେଶ୍ୱର: ସହରରେ ରଖାଯାଉଥିବା ଏବଂ ରହୁଥିବା କୁକୁରମାନଙ୍କୁ ନେଇ କରାଯିବାକୁ ଯାଉଛି ସ୍ୱତନ୍ତ୍ର ଉପବିଧି । ଏଥିରେ କୁକରମାନଙ୍କର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ମାନିବେ ସହରବାସୀ ।ଭୁବନେଶ୍ୱର ମହାନଗର ନିଗମର (ବି ଏମ୍ ସି) ଏକାମ୍ର ସଭାଗୃହରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ମହାନଗର ନିଗମର କର୍ପୋରେଟର ଯୋଗଦେଇଥିଲେ । ଭୁବନେଶ୍ୱରରେ ଦିନକୁ ଦିନ କୁକୁରମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏହାର ସମାଧାନ ସ୍ୱରୁପ ମହାନଗର ନିଗମ କର୍ତୃପକ୍ଷ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏହାର ମାତ୍ରା ବଢ଼ାଇବା ଏବଂ କୁକୁରଙ୍କ ଲାଗି ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି ବୋଲି କହି ଛନ୍ତି ମାନ୍ୟବର ମେୟର ।

Related Articles

Back to top button