ସାତଶଙ୍ଖ ନିକଟରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ

ଅଧାରହିଗଲା ରଥଯାତ୍ରା ଖବର ସଂଗ୍ରହ, ଦୈନିକ ଖବର କାଗଜ ‘ସମୟ’ରେ କାର୍ଯ୍ୟ କରୁଥିବା ଶ୍ରୀ ପଣ୍ଡା ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ସୂଚନା

ପୁରୀ : ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା। ସଡ଼କ ଦୁର୍ଘଟଣାରେ ଶୁକ୍ରବାର ସକାଳେ ତାଙ୍କର ପରଲୋକ ଘଟିଛି । ରଥଯାତ୍ରାର ଖବର ସଂଗ୍ରହ ପାଇଁ ପୁରୀ ଯାଉଥିବା ବେଳେ ସାତଶଙ୍ଖ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଦୈନିକ ଖବର କାଗଜ ‘ସମୟ’ରେ କାର୍ଯ୍ୟ କରୁଥିବା ଶ୍ରୀ ପଣ୍ଡା ବାଇକ୍‌ ଯୋଗେ ଭୁବନେଶ୍ୱରରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ସୂଚନା । ସାତସଙ୍ଖ ନିକଟରେ ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାର ମୂଳବାସିନ୍ଦା ଅଶୋକ ପଣ୍ଡାଙ୍କୁ ମୃତ୍ୟୁବେଳକୁ ୫୪ ବର୍ଷ ହୋଇଥିବା ସୂଚନା ମିଳିଛି । ଅଶୋକ ପଣ୍ଡାଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ଅଶୋକ ପଣ୍ଡାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଆଜି ସକାଳେ ମହାପ୍ରଭୁଙ୍କ ରଥଯାତ୍ରା ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ  ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ ହୋଇଛି । ଏନେଇ ସାମ୍ବାଦିକ ଜଗତରେ ଶୋକପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବି ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଥିବା ଟୁଇଟ କରି କହିଛନ୍ତି ।

Related Articles

Back to top button