
ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜଗନାଥଙ୍କ ଫଟୋ ଏବଂ ଭିଡିଓ
ଭୁବନେଶ୍ୱର: ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଗର୍ଭଗୃହରେ ଶ୍ରୀଜଗନାଥଙ୍କ ଫଟୋ । କେବଳ ଫଟୋ ନୁୁହେଁ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଉବୟ ଫଟୋ ଏବଂ ଭିଡିଓ ପୋଷ୍ଟ ହୋଇଛି । ଆକାଶ ଚୌଧୂରୀ ନାମକ ଜଣେ ବ୍ୟକ୍ତି ପେସ୍ବୁକ୍ରେ ଏହି ପୋଷ୍ଟ କରିଥିବା ସୂଚନା ମିଳିଛି । ତେବେ ଏତେ କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରକୁ କିପରି କ୍ୟାମେରା ଗଲା ଏବଂ ଫଟୋ ଉଠିଲା, ସେ ନେଇ ପ୍ରଶ୍ନ ଉଠିଛି ।