ବିନା ଅନୁମତିରେ କୌଣସି ଗଛରେ ପୋଷ୍ଟର ଲଗାଲେ ଗଣିବେ ଫାଇନ୍
ଗଛରେ ପୋଷ୍ଟର ଲାଗିବା ଅଭିଯୋଗରେ ଫାଇନ ଆଦାୟ କରିଛି ଭୁବନେଶ୍ଵର ମହାନଗର ନିଗମ । ପୋଷ୍ଟର ଯୋଗୁଁ ୫୦ ହଜାର ଟଙ୍କାର ଫାଇନ୍ ଆଦାୟ କରାଯାଇଛି । ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଏକ ଗଛରେ ପୋଷ୍ଟର ଲାଗିଥିବାର ଦେଖି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ । ଇଭୋଲଭ୍ ମଲ୍ଟି ଡିଜାଇନ୍ ଷ୍ଟୋର ନାଁରେ ଏହି ମାମଲା ରୁଜୁ କରାଯାଇଥିଲା । ବିନା ଅନୁମତିରେ ପୋଷ୍ଟର ଲଗା ଯାଇଥିବାରୁ ୫୦ ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମସି । ତେବେ ଏହି ଘଟଣା ପରେ ବିଏମସି ସମସ୍ତଙ୍କୁ ଏ ନେଇ ସଚେତନ କରାଇଛି । ବିନା ଅନୁମତିରେ କୌଣସି ଗଛରେ ପୋଷ୍ଟର ଲଗାଇବା ପାଇଁ ବିଏମସି ବାରଣ କରିଛି । ନଚେତ୍ ବଡ଼ ଆକାରର ଫାଇନ୍ ଆଦାୟ କରାଯାଇପାରେ ବୋଲି ଚେତାବନୀ ଦେଇଛି ଭୁବନେଶ୍ୱର ମହାନଗର ନିଗମ ।