ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା

ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା ହୋଇଛି । ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ଉପରେ ବି ରୋକ୍‌ ଲଗାଇଲେ ରାଜ୍ୟ ସରକାର । ବନ୍ୟପ୍ରାଣୀ ପିସିସିଏଫ୍‌ଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି

ଜାତୀୟ ଉଦ୍ୟାନ ଓ ଅଭ୍ୟାରାଣୀୟ ଓ ଇକୋ ଟୁର୍ ସାଇଟରେ ପିଇବା ପାଣି ବ୍ୟବସ୍ଥା ରହିବ। ଏମିତିକି ପର୍ଯ୍ୟଟକ ମିନେରାଲ ବୋତଲ ବି ନେଇପାରିବେନି । ଖାଇବା ଜିନିଷକୁ ଗରମ ରଖୁଥିବା ରାପର୍ସକୁ ନିର୍ଦ୍ଦଷ୍ଟ ସ୍ଥାନରେ ପକେଇବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସୁଶାନ୍ତ ନନ୍ଦ ଏନେଇ ସୂଚନା ଦେଇଛନ୍ତି । କଟକଣା ଏପ୍ରିଲ ପହିଲାରୁ ଲାଗୁ ହେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଯଦି ପ୍ଲାଷ୍ଟିକ ଖୋଳରେ ଖାଦ୍ୟ ନେଉଥିବେ, ଏଣେତେଣେ ପକାଇବାକୁ ମନା ହୋଇଛି । ବ୍ୟବହୃତ ପ୍ଲାଷ୍ଟିକ ଖୋଳକୁ ଡଷ୍ଟବିନ୍‌ରେ ପକାଇବାକୁ ନିର୍ଦ୍ଦେଶ ହୋଇଛି ।

Related Articles

Back to top button