ଆଜି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ । ଅପରାହ୍ନ ୩ଟା ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଇନଷ୍ଟାଣ୍ଟ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ ।

ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ମାନେ ପାସ୍ ମାର୍କ ରଖି କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ ସେମାନେ ଇନଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ । ମୋଟ 1147 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେପ୍ଟେମ୍ବର 13 ଓ14 ତାରିଖରେ ପରୀକ୍ଷା ଦେଇଥିଲେ ଫେଲ ହୋଇଥିବା ଛାତ୍ରଛାତ୍ରୀ । ପ୍ରଥମ ଦିନରେ ସମସ୍ତ ଥିଓରୀ ବିଷୟରେ ପରୀକ୍ଷା କରାଯାଇଥିବା ବେଳେ ପରଦିନ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥିଲା । ପୂର୍ବାହ୍ନ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା । କେବଳ ବାୟୋଲୋଜି ବିଷୟ ଲାଗି ୨୦ ମିନିଟ୍ ଅଧିକ ସମୟ ଦିଆଯାଇଥିଲା ।

ସୂଚନା ଅନୁଯାୟୀ, ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୨୪ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିଥିଲା । ୨୫ ଏବଂ ୨୬ ତାରିଖରେ ପରୀକ୍ଷା ଫର୍ମ ପୂରଣ (form fill-up) ଫି ପୈଠ କରାଯାଇଥିଲା । ପ୍ରାକ୍ଟିକାଲ ନଥିବା ବିଷୟ ଲାଗି ୫୨୦ ଟଙ୍କା ଓ ପ୍ରାକ୍ଟିକାଲ ଥିଲେ ୫୬୦ ଟଙ୍କା ଫି ପୈଠ କରିଥିଲେ ଛାତ୍ରଛାତ୍ରୀ ।

Related Articles

Back to top button