ଆଜି ସରିବ ଯୁକ୍ତ ୩ ନାମଲେଖା ଆବେଦନ

ଭୁବନେଶ୍ୱର: ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଗୁରୁବାର ଶେଷ ହେବ। ରାତି ୧୧ଟା ୪୫ ଭିତରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ପୂର୍ବରୁ ପ୍ରଥମେ ନାମଲେଖା ଆବେଦନ ସମୟସୀମା ଅଗଷ୍ଟ ୨୫ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦେଖି ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସେହିପରି ନାମଲେଖା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ସେହି ଅନୁସାରେ, ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ବା ମେଧା ତାଲିକା ଆସନ୍ତା ୭ ତାରିଖ ଅପରାହ୍ନ ୨ଟାରେ ପ୍ରକାଶ ପାଇବ ଓ ନାମଲେଖା ସେହିଦିନ ଅପରାହ୍ନ ୨ଟାରୁ ୧୧ ତାରିଖ ଅପରାହ୍ନ ୫ଟା ଯାଏ ଚାଲିବ। ରବିବାର ମଧ୍ୟ ନାମଲେଖା ହେବ। ଏହାପରେ ୧୬ ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ରମାନେ ୧୬ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ଏଥିରେ ମଧ୍ୟ ରବିବାର ନାମଲେଖା ହେବ। ୨୮ତାରିଖ ଅପରାହ୍ନ ୨ଟାରେ ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇବ। ୨୮ତାରିଖ ଅପରାହ୍ନ ୨ଟାରୁ ଅକ୍ଟୋବର ୧ ସନ୍ଧ୍ୟା ମଧ୍ୟରେ ସ୍ପଟ ନାମଲେଖା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Related Articles

Back to top button