ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ଅଗଷ୍ଟ ୧୧ରୁ ୧୫ ତାରିଖ ଯାଏଁ କରିପାରିବେ ଆବେଦନ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗଷ୍ଟ ୧୧ରୁ ୨୫ ତାରିଖ ଯାଏଁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟର ମେଧା ତାଲିକା । ସେପ୍ଟେମ୍ବର ୨ରୁ ୫ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ ।

ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ତେବେ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଖାଲିଥିବା ସିଟ ତାଲିକା ୧୬ ତାରିଖରେ ପ୍ରକାଶ ପାଇବ ।

ତେବେ ପୂର୍ବରୁ ବିଜ୍ଞାନ, ବାଣିଜ୍ୟ ଫଳ ପ୍ରକାଶ ପାଇଥିବା ବେଳେ ଆଜି କଳା ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ଯୁକ୍ତ ୨ କଳାରେ ୨ ଲକ୍ଷ ୮ ହଜାର ୬୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ ପାସ କରିଥିବା ଜଣାପଡିଛି । ସେହିପରି ଯୁକ୍ତ ୨ କଳାରେ ପାସହାର ୮୨.୧୦ ପ୍ରତିଶତ ରହିଛି ।

Related Articles

Back to top button