
ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳ । ଆସନ୍ତା କାଲିଠାରୁ ଖାତା ଦେଖା ଆରମ୍ଭ ହେବ । ଏହା ଏପ୍ରିଲ ୨୩ ତାରିଖ ଯାଏ ଚାଲିବ । ଏହାପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ ଖାତା ଦେଖା । ଏହା ମେ’ ୭ ତାରିଖ ଯାଏ ଚାଲିବ । ତେଣୁ ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ମନ୍ତ୍ରୀ କହିଛନ୍ତି, ମେ’ ୭ ତାରିଖରେ ଖାତା ଦେଖା ସରିବା ପରେ ଟାବୁଲେସନ କାମ ଆରମ୍ଭ କରାଯିବ । ଚଳିତ ତର ୬୫ଟି ଅଫ ଲାଇନ ଏବଂ ୩୯ଟି ଅନ ଲାଇନ ସେଣ୍ଟରରେ ଖାତା ଦେଖା ହେବ । ୬୬୨ ବର୍ଗର ଅଧ୍ୟାପକମାନେ ଖାତା ଦେଖାରେ ସହଯୋଗ ବି କରିଛନ୍ତି । ସବୁକିଛି ବ୍ୟବସ୍ଥିତ ଭାବେ ଚାଲିଥିବାରୁ ଠିକ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାସ । ଏଥିସହିତ ଖାତା ଦେଖାରେ ସାମିଲ ହୋଇଥିବାରୁ ସେ ୬୬୨ ବର୍ଗର ଅଧ୍ୟାପକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।