‘ମନ କି ବାତ୍’ରେ ଓଡ଼ିଶାର କୁନି ଦେହୁରୀଙ୍କ କଥା, ଦେଲେ ରୋଜଗାରର ଉଦାହରଣ

ନୂଆଦିଲ୍ଲୀ: ଆଜି ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ ସମୃଦ୍ଧତା ଏବଂ କଲ୍ୟାଣର ଆଶୀର୍ବାଦ କରନ୍ତୁ । ପୂର୍ବରୁ ଗୁଜୁରାଟରେ ଛଟ୍ ପୂଜା ନଥିଲା । କିନ୍ତୁ ସମୟ ସହିତ ପ୍ରାୟ ପୂରା ଗୁଜୁରାଟରେ ଛଟ୍ ପୂଜା ଆରମ୍ଭ ହୋଇଛି । ଏହା ଦେଖି ମୁଁ ବହୁତ ଖୁସି ହେଉଛି ।

ଦେଶର ବିଭିନ୍ନ ସ୍ଥାନରୁ ଛଟ୍ ପୂଜାର ସୁନ୍ଦର ସୁନ୍ଦର ଚିତ୍ର ଆସୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସୌର ଶକ୍ତି’ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ସୌର ଶକ୍ତି ଉପଯୋଗର କଥା ଉଠାଇଛନ୍ତି । ସୌର ଶକ୍ତିକୁ ନେଇ ଦୁନିଆ ନୂଆ ଭବିଷ୍ୟତ ଦେଖୁଛି । ସୌର ଶକ୍ତିରୁ ଭାରତ ବିଦ୍ୟୁତ୍ ଉତ୍ପାନ କରୁଛି । ଏହା ବ୍ୟତୀତ ଓଡ଼ିଶାର କୁନି ଦେହୁରୀଙ୍କୁ ନେଇ ରୋଜଗାରର ନୂଆ ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କୁନି ଦେହୁରୀ ବର୍ତ୍ତମାନ ସୌର ଶକ୍ତି ସହାୟତାରେ ନିଜର ରୋଜଗାର କରୁଛନ୍ତି । ସୌର ଶକ୍ତି ଜରିଆରେ ରୋଲିଂ ମେସିନ୍ ଚଳାଇ ସୂତା ଉତ୍ପାଦନ କରୁଛନ୍ତି । ତାହା ସହିତ କୁନି ରୋଜଗାର କରିବା ସହ ଅନ୍ୟକୁ ସେ ବାଟ ଦେଖାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଇସ୍ରୋକୁ ନେଇ ମଧ୍ୟ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ମୋଦୀ କହିଛନ୍ତି, ଇସ୍ରୋ ଭାରତକୁ ବିଶ୍ୱ ବାଣିଜ୍ୟ ବଜାରରେ ଏକ ଶକ୍ତିଶାଳୀ ଭାବରେ ପ୍ରସ୍ତୁତ କରିଛି ।

ପୂର୍ବରୁ ସମୟ ଥିଲା ଭାରତକୁ କ୍ରାୟୋଜେନିକ୍ ଟେକ୍ନୋଲୋଜିରୁ ବଞ୍ଚିତ କରାଯାଇଥିଲା । ହେଲେ ଏବେ ଭାରତ ନିଜେ ଏହା ଉପରେ କାମ କଲା ଏବଂ ଆଜି ଏହା ନିଜସ୍ୱ ଟେକ୍ନୋଲୋଜି ସହିତ ଉପଗ୍ରହ ଉତକ୍ଷେପଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Related Articles

Back to top button