ଦିଲ୍ଲୀରେ ଡ୍ରାଏ ଡେ ସଂଖ୍ୟା ୨୧ ଦିନକୁ ବୃଦ୍ଧି: ଦଶହରା-ଦୀପାବଳି-ଇଦ୍‌ରେ ବନ୍ଦ ରହିବ ମଦ ଦୋକାନ

ନୂଆଦିଲ୍ଲୀ : ଦଶହରା, ଦୀପାବଳି, ଇଦ, ମିଲାଦ-ଉନ-ନବି ଏବଂ ବାଲ୍ମିକୀ ଜୟନ୍ତୀ ଭଳି ପର୍ବରେ ମଦ ଦୋକାନ ବନ୍ଦ ହେବା ସହିତ ଦିଲ୍ଲୀ ସରକାର ପୁଣି ଡ୍ରାଏ ଡେ କୁ ୨୧ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବାସ୍ତବରେ, ପୂର୍ବ ଏକ୍ସାଇଜ ପଲିସି ୨୦୨୧-୨୨ ଅନୁଯାୟୀ, ଡ୍ରାଏ ଡେ ସଂଖ୍ୟା ମାତ୍ର ତିନ ଦିନ କରାଯାଇଥିଲା । ସେଥିରେ ୨୬ ଜାନୁଆରୀ, ୧୫ ଅଗଷ୍ଟ ଏବଂ ୨ ଅକ୍ଟୋବର ଅନ୍ତର୍ଭୁକ୍ତ ଥିଲା।

ଜାରି କରାଯାଇଥିବା ଏକ ଆଦେଶରେ ଏକ୍ସାଇଜ ବିଭାଗ କହିଛି ଦଶହରା, ଦୀପାବଳି ଇଦ୍‌, ମିଲାଦ-ଉନ-ନବି ଏବଂ ମହର୍ଷୀ ବାଲ୍ମିକୀ ଜୟନ୍ତୀ, ଗୁରୁ ନାନକ ଜୟନ୍ତୀ, ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସରେ ମଦ ବିକ୍ରି ବନ୍ଦ ରହିବ।

ଡ୍ରାଏ ଡେ ଲାଇସେନ୍ସପ୍ରାପ୍ତ ଲୋକଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ପାରମ୍ପାରିକ ଭାବରେ, ଡ୍ରାଏ ଡେର ତାଲିକା ପ୍ରତି ତିନି ମାସରେ ପ୍ରକାଶ ପାଇଥାଏ।

ତିନୋଟି ଜାତୀୟ ଛୁଟିଦିନ ଗଣତନ୍ତ୍ର ଦିବସ, ସ୍ବାଧୀନତା ଦିବସ ଏବଂ ଗାନ୍ଧୀ ଜୟନ୍ତୀରେ ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟରେ ମଦ୍ୟପାନ କରିବାକୁ ଅନୁମତି ନାହିଁ।

Related Articles

Back to top button