
ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଅପିଲ୍ କଲେ ପୋଲିସ ଡିଜିପି ୱାଇ. ବି. ଖୁରାନିଆ
ମାଓବାଦୀଙ୍କୁ ପୋଲିସ ଡିଜିପି ୱାଇ. ବି. ଖୁରାନିଆଙ୍କ ଆହ୍ୱାନ । ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଉଚ୍ଚଅଧିକାରୀ କଲେ ଅପିଲ୍ ।ମାଓବାଦୀ ଓଡ଼ିଶାର ସରେଣ୍ଡର ପଲିସିର ଲାଭ ଉଠାନ୍ତୁ । ପୂର୍ବରୁ ୨୧ଟି ଜିଲ୍ଲା ମାଓପ୍ରବଣ ଥିଲା । ହେଲେ ବର୍ତ୍ତମାନ ଏ ସଂଖ୍ୟା କମି ୭ରେ ପହଞ୍ଚିଛି ।ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ ଗତିବିଧି ଉପରେ ନଜର ରହିଛି । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ୍ ଚାଲିଛି, ସଫଳତା ମିଳୁଛି ।