
ଏଟିଏମରୁ ଲୁଟରେ ସମ୍ପୃକ୍ତ ଥିବା ୬ ଲୁଟେରାଙ୍କୁ ଗିରଫ କରିଛି ପୁଲିସ
ଏଟିଏମରୁ ଲୁଟରେ ସମ୍ପୃକ୍ତ ଥିବା ୬ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରଠାରେ ଥିବା ଏକ ଏଟିଏମରୁ ଲୁଟ୍ ଘଟଣାରେ ଏହି ୬ ଲୁଟେରା ସମ୍ପୃକ୍ତ ଥିଲେ। ଉକ୍ତ ଏଟିଏମରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା। ଏହି ଘଟଣାରେ ଅନ୍ୟ ୨ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କ ସମ୍ପୃକ୍ତି ରହିଥିବାବେଳେ ସେମାନଙ୍କୁ ପୁଲିସ ଖୋଜୁଛି। ଗିରଫ ଅଭିଯୁକ୍ତମାନଙ୍କଠାରୁ ପୁଲିସ ୧ ଲକ୍ଷ ୭ ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତମାନଙ୍କ ନାମରେ ଏକାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।