ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ପୋଲିସ

ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ ଏବେ ସଜାଗ ହୋଇଛି ପୋଲିସ। ଚୋରି ରୋକିବା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆପ୍। ଆପାର୍ଟମେଣ୍ଟ ସିକ୍ୟୁରିଟି ନେଇ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ରବିବାର ବିଭିନ୍ନ ଆପାର୍ଟମେଣ୍ଟର ସଭାପତି, ସମ୍ପାଦକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା। ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ପୋଲିସ। ଆପର୍ଟମେଣ୍ଟରେ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ଯାହା ଫଳରେ ସହଜରେ ଲୁଟେରା ଚିହ୍ନଟ ହୋଇପାରିବେ। ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି ପୋଲିସ କମିଶନର। ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି। ଟେକ୍ନୋଲୋଜିର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର। ବିଭିନ୍ନ ଅତ୍ୟାଧୁନିକ ମୋସନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଏହାସହ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି। ଘର ଛାଡ଼ି ଗଲେ କିଏ ଆସିଛି ଓ ଯାଇଛି, ତାହା ଆଇପି କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ ଘର ମାଲିକ।

Related Articles

Back to top button