ପୁଣି କାରାଗାରରେ ଚଢ଼ାଉ: ନିଶା ଦ୍ରବ୍ୟ ଜବତ୍

ବରଗଡ଼ ଜିଲ୍ଲା କାରାଗାରରେ ଆଜି ସକାଳୁ ପୁଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି। ଚଢ଼ାଉରେ ୧୪ ପୁଲିସ ଅଫିସରଙ୍କ ସମେତ ୨ପ୍ଲାଟୁନ ପୂଲିସ ଫୋର୍ସ ମୁତୟନ ଥିଲେ। କାରାଗାରର ସମସ୍ତ ସେଲ୍‌ ଏବଂ ସେଠାରେ ରହିଥିବା ବନ୍ଦୀମାନଙ୍କୁ ଯାଞ୍ଚ କରାଯାଇଥିଲା। ଏ ନେଇ ଅଧିକ ତଦନ୍ତ ଚାଲୁଥିବା ଏସ୍‌ପି ମୀନା କହିଛନ୍ତି। ଅନ୍ୟପଟେ ଏହି ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିବୁ ବୋଲି ସୂଚନା ଦେଇଛନ୍ତି। ତେବେ କଡ଼ା ସୁରକ୍ଷା ମଧ୍ୟରେ ଜେଲ ଭିତରକୁ ଏସବୁ ମାଦକ ଦ୍ରବ୍ୟ ଯାଉଛି କେମିତି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଜେଲର ସଲମାନ୍ କୁଜୁରଙ୍କୁ ଏନେଇ ପଚରା ଉଚରା କରାଯିବା ସହ ତଦନ୍ତ ହେବ ବୋଲି କହିଛନ୍ତି ବରଗଡ଼ ଏସପି ।

Related Articles

Back to top button