ମେରିଟାଇମ ଚୁକ୍ତି ଓ ବ୍ୟବସାୟୀକ ବିବାଦ କୁ ନେଇ ପାରାଦ୍ଵୀପବନ୍ଦର ନିଷିଦ୍ଧାଞ୍ଚଳରୁ ୨ ଜାହାଜ ଗିରଫ

ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଦୁଇଟି ଜାହାଜକୁ ଗିରଫ କରାଯାଇଛି। ମେରିଟାଇମ ଚୁକ୍ତି ଓ ବ୍ୟବସାୟୀକ ବିବାଦ କୁ ନେଇ ଗିରଫ ହୋଇଛି ଦୁଇଟି ଜାହାଜ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଅନୁସାରେ କୁଜଙ୍ଗ ସବ୍ ଜର୍ଜ ଙ୍କ ଉପସ୍ଥିତି ରେ ଗିରଫ କରାଯାଇଛି । ୭ ଟି ଜାହାଜ ର ବିକ୍ରି କୁ ନେଇ ୪୨୮ କୋଟି ଟଙ୍କା ଦାବିରେ କୋର୍ଟ ର ଦ୍ବାରସ୍ଥ ହୋଇଥିଲା ଆଲଫାର୍ଡ ମାରିଟାଇମ ଲିମିଟେଡ କମ୍ପାନୀ। ଦୁଇଟି ଜାହାଜ ଓସେନ ଜାଡେ ଓ ଓସେନ ମୋର୍ଗାନାଇଟ ପାରାଦ୍ଵୀପ ବନ୍ଦର ନିକଟ ଦେଇ ଯାଉଥିବା ବେଳେ ଏହାକୁ ତୁରନ୍ତ ଗିରଫ କରିବାକୁ କମ୍ପାନୀ ଅପିଲ କରିଥିଲା । ଏପ୍ରିଲ ୩୦ ରେ ଏହି କେସ୍ ର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବନ୍ଦରରେ ଗିରଫ ହୋଇ ରହିବ ଦୁଇଟି ଜାହାଜ । କୁଜଙ୍ଗ ସବ୍ ଜର୍ଜ ଶ୍ରୀମତୀ ଚିନ୍ମୟୀ ପଣ୍ଡା ଦୁଇଟି ଜାହାଜକୁ ଗିରଫ କରିବା ପରେ ବନ୍ଦରର ଆଙ୍କରେଜ କୁ ପଠାଇ ଦିଆଯାଇଛି।

Related Articles

Back to top button