ରାଜଧାନୀରୁ ହଟିବ ରାଜନୈତିକ ଦଳୀୟ ପୋଷ୍ଟର

ରାଜଧାନୀରୁ ହଟିବ ରାଜନୈତିକ ଦଳୀୟ ପୋଷ୍ଟର। ନିର୍ବାଚନ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପୋଷ୍ଟର ମାରୁଛନ୍ତି ରାଜନୈତିକ ଦଳ । ରାଜଧାନୀର କାନ୍ଥବାଡ଼ରେ ଦଳୀୟ ପୋଷ୍ଟର ସହ ଲେଖାଯାଇଛି ସ୍ଲୋଗାନ । କିନ୍ତୁ ଏହି ସବୁ ବ୍ୟାନର-ପୋଷ୍ଟରକୁ ହଟାଇବା ନେଇ ବିଏମସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ କରିଦେଇଛି ଭୁବନେଶ୍ୱର ମହାନଗର ନିଗମ । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।ପ୍ରତ୍ୟେକ ଥର ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟକ୍ରମ ହୋଇଥାଏ । ତେଣୁ ସମସ୍ତ ରାଜନୈତିକ ଦଳ  ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିଶନର ସୂଚନା ଦେଇଛନ୍ତି । 3 ଟି ଜୋନର ଜେଡିସିଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଏମସି କମିଶନର ।

Related Articles

Back to top button