ଚଳିତ ବର୍ଷ ରାଜ୍ୟରେ ଆମ୍ବ ଭଲ ଫଳିବା ସମ୍ଭାବନା

ଭୁବନେଶ୍ୱର: ଚଳିତ ବର୍ଷ ପଶ୍ଚିମାଝଡ଼ର ପ୍ରକୋପ ନଥିବାରୁ ରାଜ୍ୟରେ ଭଲ ଆମ୍ବ ଫଳିବ। ଏନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ବାୟୁମଣ୍ଡଳର ତାପମାତ୍ରା ଏବଂ ଆଦ୍ରତା ଗତ ବର୍ଷ ତୁଳନାରେ ଆମ୍ବ ପାଇଁ ଅନୁକୂଳ ଥିବାରୁ ଏଥର ଆମ୍ବ ଉତ୍ପାଦନ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ରହିଛି। ଗତ କିଛି ବର୍ଷ ହେବ ବିଭିନ୍ନ ପାଣିପାଗ କାରଣରୁ ରାଜ୍ୟରେ ଆମ୍ବ ଉତ୍ପାଦନ କମ ରହିଥିଲା।

ସେହିପରି ଆଉ ଏକ ଦିଗକୁ ଦେଖିଲେ ଜଣା ପଡେ ଯେ, ଏଲନିନୋ ବର୍ଷ ଗୁଡିକରେ ବାତ୍ୟାର ସୃଷ୍ଟି ପାଇଁ ଆବଶ୍ୟକ ପାଣିପାଗ ଲାନିନା ବର୍ଷ ତୁଳନାରେ ଅଧିକ ଅନୁକୂଳ ରହିଥାଏ। ଯେହେତୁ ଚଳିତ ବର୍ଷ ଲାନିନା ଦୁର୍ବଳ ହେଉଛି ଏବଂ ଏଲନିନୋ ସକ୍ରିୟ ହେବାର ସମ୍ଭାବନା ରହିଛି, ତେଣୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିପାରେ। ତେବେ ଏତେ ପୂର୍ବରୁ ବାତ୍ୟା ବିଷୟରେ କିଛି କହିବା ସମ୍ଭବ ନୁହେଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନୀ କହିଛନ୍ତି।

Related Articles

Back to top button