୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡି ବଢିବା ସହ ଶୀତ କମ ଅନୁଭୂତ ହେବ

ରାଜ୍ୟରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ । ରାଜ୍ୟରେ କୁହୁଡି ବଢିବା ସଂଗେ ସଂଗେ ଶୀତ କମ ଅନୁଭୂତ ହେବ । କୁହୁଡି ବଢିବା ସାରା ରାଜ୍ୟବାସୀଙ୍କର ଚିନ୍ତାର କାରଣ ପାଲଟିଛି । କୁହୁଡି ପାଇଁ ସାରା ରାଜ୍ୟବାସୀଙ୍କୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବା ପାଇଁ ଆଲର୍ଟ ଜାରି କରାଯାଇଛି । ଘନ କୁହୁଡି ପାଇଁ ମଧ୍ୟ ରାସ୍ତା ଘାଟ ଭଲରେ ଦୃଶ୍ୟମାନ ହେଉନାହିଁ । ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ରାତି ତାପମାତ୍ରା ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Related Articles

Back to top button