
ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି କରାଗଲା : ଯୋଗାଣ ମନ୍ତ୍ରୀ
ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି କରାଗଲା। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ, ଏବେ ପୁଣି ରାଜି ହେଲେ ଦେବାକୁ। କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ। ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ତ ପର୍ଯ୍ୟାପ୍ତ ଆଳୁ ରହିଛି। ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ। ଅନ୍ୟପଟେ ଆଳୁ ଯୋଗାଇବାକୁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଗତ ୨ ଦିନ ତଳେ ପଶ୍ଚିମବଙ୍ଗରେ ଆନ୍ଦୋଳନର କରିଥିଲେ ଆଳୁ ବ୍ୟବସାୟୀ। ତେବେ କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ବ୍ୟବସାୟୀ। ଶୀତଳ ଭଣ୍ଡାରରୁ ପୂର୍ବପରି ଆଳୁ ବାହାରକୁ ଆସିବ ବୋଲି ସମ୍ଭାବନା କରାଯାଉଛି। ହୋଲସେଲ୍ ଓ ରିଟେଲ ମାର୍କେଟକୁ ଆଳୁ ପଠାଯିବ। ଯେପରି ଆଳୁ ଅନ୍ୟ ସ୍ଥାନକୁ ଯାଉଥିଲା ତାହା ପୂର୍ବପରି ଚାଲିବ ବୋଲି ଜଣାପଡ଼ିଛି। ଯାହାଦ୍ୱାରା ଓଡ଼ିଶା ପରି ରାଜ୍ୟରେ ଦେଖାଦେଇଥିବାଆଳୁ ସଙ୍କଟ ଦୂର ହେବ ବୋଲି ଆଶଙ୍କା କରାଯାଉଛି।