ପଶ୍ଚିମବଙ୍ଗ ନୁହେଁ ଓଡ଼ିଶାକୁ ଆସିଲା ଉତ୍ତରପ୍ରଦେଶରୁ ଆଳୁ
ଆଳୁର ବର୍ଦ୍ଧିତ ଦର ଓ ଅଭାବକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଗତ କିଛି ଦିନ ତଳେ ଜରୁରୀ କାଳୀନ ବୈଠକ ଡାକିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିିଥିଲେ , ପଶ୍ଚିମବଙ୍ଗ ସରକାରର ନିଷ୍ପତ୍ତି ଦୁର୍ଭାଗ୍ୟପୂର୍ଣ୍ଣ । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ ।ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିବୁ । ଆଉ ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ ଆଳୁ ଆଣିବୁ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଆଉ ଆଜି ଉତ୍ତରପ୍ରଦେଶରୁ ଓଡ଼ିଶା ଆସିଲା ଆଳୁ । ଆଗକୁ ମଧ୍ୟ ଉତ୍ତରପ୍ରଦେଶରୁ ଆଳୁ ଆସିବ ।
ପଶ୍ଚିମବଙ୍ଗରୁ ଆଳୁ ଆସିବା ଧୀରେ ଧୀରେ ବନ୍ଦ ହେବ । ଏଭଳି କିଛି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୁଷ୍ଣ ଚନ୍ଦ୍ର ପାତ୍ର । ବ୍ୟବସାୟୀ ସଙ୍ଘ ସହ ସରକାରଙ୍କ ସହହୋଇଛି ଆଲୋଚନା । ଉତ୍ତରପ୍ରଦେଶରୁ ଭନ୍ନତ ମାନର ଆଳୁ ଆସିବ । ୟୁପିରୁ ଆଳୁ ଆଣିବାକୁ ପ୍ରସ୍ତୁତ ବଣିକ ସଙ୍ଘ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।