
ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଜୁଳି କଟିଯିବା ପ୍ରସଙ୍ଗ: ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ମୟୁରଭଞ୍ଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଭାଷଣ ଦେବା ସମୟରେ ବିଜୁଳି କଟିଯିବା ମାମଲାରେ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ। ଏପ୍ରକାର ଘଟଣା ଘଟିଲା ପାଇଁ ଓଡ଼ିଶାକୁ ଲଜ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତେଣୁ କେଉଁ କାରଣରୁ ଏପ୍ରକାର ଘଟଣା ଘଟିଲା ତାହାର ରିପୋର୍ଟ ତଲବ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ଏନେଇ ମୁଖ୍ୟ ଶାସନ ସଚିବ ଓ MSCBUର କୁଳପତିଙ୍କୁ ରିପୋର୍ଟ ମାଗିଛନ୍ତି ରାଜ୍ୟପାଳ।