ବାତ୍ୟା ସମୟରେ ଦୁର୍ଘଟଣା ରୋକିବାକୁ କରାଯିବ ପାୱାର କଟ୍‌

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତିକୁ ନେଇ ଶକ୍ତି ସଚିବଙ୍କ ସୂଚନା। ବିତରଣ କମ୍ପାନୀ ସ୍ତରରେ ୨ଟି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ୧୦ ହଜାର ଷ୍ଟାଫ୍‌, ୮ ହଜାର ପୋଲ୍‌, ୫୦୦ ଟ୍ରାନ୍ସଫର୍ମର ରହିଛି। ୩୦୦ କିମି କଣ୍ଡକ୍ଟର ଓ କେବୁଲର ବ୍ୟବସ୍ଥା କରାଯାଇଛି। ହସ୍ପିଟାଲରେ ପାଣି ଓ ବିଦ୍ୟୁତ୍‌ ସେବା ଯୋଗାଣକୁ ଗୁରୁତ୍ବ। ଡିଜେଲ ଜେନେରେଟର ପ୍ରସ୍ତୁତ, ବଡ଼ ଜେନେରେଟର ଅଣାଯିବ। ଦୁର୍ଘଟଣା ରୋକିବାକୁ ପାୱାର କଟ୍‌ ମଧ୍ୟ କରାଯିବ । ପବନର ବେଗ ବଢ଼ିଲେ ପାୱାର୍‌ କଟ୍‌ କରାଯିବ ବୋଲି କୁହାଯାଉଛି ।ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ପାରାଦ୍ୱୀପଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କି.ମି. ଦୂରତାରେ କେନ୍ଦ୍ରୀଭୂତ ହୋଇଛି । ସମୁଦ୍ରରେ ବଳ ଗୋଟାଇ ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ସ୍ଥଳଭାଗ ମୁହାଁ ହେବ।ଆସନ୍ତାକାଲି ଅର୍ଥାତ୍‌ ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Articles

Back to top button