
ଇଭିଏମ ମେସିନ ଅଦଳବଦଳ ଅଭିଯୋଗ ଆଣିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ
ବରଗଡ: ପଦ୍ମପୁର ଉପିନିର୍ବାଚନ ଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବଡଧରଣର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଇଭିଏମ ମେସିନ ଅଦଳବଦଳ କରାଯାଇଛି । ତେବେ ଏହି ଘଟଣାରେ ବରଗଡ ଜିଲ୍ଳାପାଳ ମନୀଷା ବାନାର୍ଜୀଙ୍କୁ ସେ ଭେଟିବା ସହିତ ତାଙ୍କର ଅଭିଯୋଗ କହିବା ସହ ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି ।
ନିର୍ବାଚନ ପରେ ୧୭ (ସି)ରେ ବିଜେପିକୁ ମିଳିଥିବା ଇଭିଏମ ଲିଷ୍ଟ ଏବଂ ଇଲେକ୍ସନ କମିଶନ ତରଫରୁ ଦିଆ ଯାଇଥିବା ତାଲିକା ମେଳ ଖାଉ ନଥିବା ଅଭିଯୋଗ ଆଣିଛନ୍ତି।ଶ୍ରୀ ପୁରୋହିତ କହିଛନ୍ତି ଯେ ଯେଉଁ ବୁଥଗୁଡ଼ିକରେ ବିଜେପିର ସ୍ଥିତି ଭଲ ଅଛି ସେହି ବୁଥ୍ ଗୁଡ଼ିକରେ ଏମିତି ସମସ୍ୟା ହୋଇଛି। ତେବେ ଅଭିଯୋଗର ତଦନ୍ତ ହେଉଥିବା ଜିଲ୍ଳାପାଳ ଶ୍ରୀମତି ବାନାର୍ଜୀ କହିଛନ୍ତି। ଏହି ବୁଥଗୁଡିକର ସମସ୍ତ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରମାନଙ୍କୁ ଜିଲ୍ଲାପାଳ ତୁରନ୍ତ ଡକାଇଛନ୍ତି।
ସୂଚାନାମୂତାବକ ଏଥର ୮୧.୨୯% ଭୋଟର୍ ମତଦାନ କରିଛନ୍ତି, ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ। ଆସନ୍ତା କାଲି ୨୩ ଟି ରାଉଣ୍ଡରେ ଗଣତି ହେବ ବୋଲି ପ୍ରକାଶ କରିଛନ୍ତି । ଏହା ସହିତ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ । ଏହାପରେ ଇଭିଏମ ରୁ ଗଣତି ଆରମ୍ଭ ହେବ ।କଡା ସୁରକ୍ଷା ବଳୟ ଭିତରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବଚାନ କମିଶନର ।