ପ୍ରଫୁଲ୍ଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତିଭାବେ ନିଯୁକ୍ତ ହୋଇଛନ୍ତି ।

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ନୂଆ ଦାୟିତ୍ୱ ମିଳିଛି । ପ୍ରଫୁଲ୍ଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତିଭାବେ ନିଯୁକ୍ତ ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ଥିଲେ ।୨୦୧୭ ଅପ୍ରେଲ ୨୮ ତାରିଖରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ଗଠନ ହୋଇଥିଲା । ଗଠନ ସମୟରେ ରାଜେନ୍ଦ୍ର ପ୍ରସାଦ ସିଂ ସଭାପତି ଥିବାବେଳେ ପ୍ରଫୁଲ୍ଲ ସାମଲ କାର୍ଯ୍ୟକାରୀ ସଭାପତି ଥିଲେ । ଶ୍ରମିକଙ୍କ କଲ୍ୟାଣ ଦିଗରେ ବିଜୁ ଶ୍ରମିକ ସାମ୍ମୁଖ୍ୟ କାମ କରିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା । ୨୦୨୩, ସେପ୍ଟେମ୍ବର ୧୭ରେ, ପ୍ରାୟ ୬ ବର୍ଷ ବ୍ୟବଧାନରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ପୁନର୍ଗଠନ ହୋଇଥିଲା ।

Related Articles

Back to top button