ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ

ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଜାନୁଆରୀ ୩ରୁ ଶୁଭାରମ୍ଭ ହେବାକୁ ଯାଉଛି। ପୁଣି ଶୁଣିବାକୁ ମିଳିବ କଂସର ବିକଟାଳ ରଡି ସହ କୃଷ୍ଣଙ୍କ ଲୀଳା। ଏହା ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏନେଇ ଧନୁଯାତ୍ରା କମିଟି ତରଫରୁ ପ୍ରାକ-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ୨୦୨୩-୨୪ ବର୍ଷର ଆର୍ଥିକ ବଜେଟକୁ ଉପସ୍ଥାପନା କରାଯିବ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବରଗଡ଼ ଧନୁଯାତ୍ରା କମିଟିର ସଭାପତି ବୈଠକରେ ଉପସ୍ଥିତ ଥିଲେ। କମିଟିର ସମସ୍ତ ସଦସ୍ୟ ଏଥିରେ ଯୋଗଦାନ କରିଥିଲେ। ଏହି ବୈଠକକୁ ସଫଳ ମଣ୍ଡିତ କରିବା ସହିତ ସଦସ୍ୟ ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

Related Articles

Back to top button