
ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜବେଶରେ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି
ମହାପ୍ରଭୁଙ୍କ ଗଜବେଶରେ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। ବେଶ କାରିଗର ବସନ୍ତ କୁମାର ରଣାଙ୍କ ନେତୃତ୍ବରେ କାରିଗରମାନେ ଏହି ବେଶ ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଗଜ ସଦୃଶ ହାଣ୍ଡିଆ ସାଙ୍ଗକୁ ସୋଲ ଖଚିତ ଭଳିକି ଭଳି ଫୁଲ, ନାନାଦି ରୂପ, ଅଳଙ୍କାର ନିର୍ମାଣ ଚାଲିଛି। ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଗଜବେଶର ମୁଖ ପ୍ରସ୍ତୁତି ପାଇଁ ଆବଶ୍ୟକ କଦଳୀ ପାଟୁକା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।
ସୂଚନା ମୁତାବକ, ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିରାଜିଥାନ୍ତି ଶ୍ରୀଜିଉ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ। ତେବେ ମହାପ୍ରଭୁଙ୍କର ଏହି ଗଜବେଶ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। ବେଶ କାରିଗର ବସନ୍ତ କୁମାର ରଣାଙ୍କ ନେତୃତ୍ବରେ କାରିଗରମାନେ ଏହି ବେଶ ପ୍ରସ୍ତୁତି କରିବାରେ ଲାଗିଛନ୍ତି। ଶ୍ରୀଜିଉଙ୍କ ପାଇଁ ୧୨୦ ହାତକଣ୍ଟି ମାଳ, ଚନ୍ଦ୍ରିକା, କାନଫୁଲ, ଚଅଁର, ଆଡ଼କାନି, ସୋଲର ଫୁଲ ସହ ଟାହିଆ ପାଇଁ କଦମ୍ବ ଫୁଲ ପ୍ରସ୍ତୁତି ହେବ। ତରାସ ସହ ଗଜକାନ, ଥୋଡ଼, କରପଲ୍ଲବ, ଛତି ଆଦି ପ୍ରସ୍ତୁତ ହେବ। ରାଘବ ଦାସ ମଠ ପକ୍ଷରୁ ଶ୍ରୀବଳଭଦ୍ର ଓ ପ୍ରଭୁ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ କରାଯିବ। ସେହିଭଳି ଗୋପାଳ ତୀର୍ଥ ମଠ ପକ୍ଷରୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ପ୍ରସ୍ତୁତ କରିବେ।