
ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
୪ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଐତିହାସିକ ଉଦୟଗିରି ପାହାଡ଼ ପରିଦର୍ଶନ କରିଛନ୍ତି। ଉଦୟଗିରି ପାହାଡ଼ର ରାଣୀ ଗୁମ୍ଫା, ହାତୀ ଗୁମ୍ଫା, ଜମ୍ବେଶ୍ଵର ଗୁମ୍ଫା, ସର୍ପ ଗୁମ୍ଫା ଆଦି ବୁଲି ଦେଖିଛନ୍ତି। ଏହା ସହ ମହାମେଘବାହାନ ଐର ଖାରବେଳଙ୍କ ସମୟର ଗୁମ୍ଫାଗୁଡ଼ିକରେ ହୋଇଥିବା ଖୋଦେଇ କାରୁକାର୍ଯ୍ୟକୁ ମଧ୍ୟ ଦେଖିଛନ୍ତି। ଐତିହାସିକ ଉଦୟଗିରି ପାହାଡ଼ ବୁଲି ନିଜର ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୂଚନା ଅନୁଯାୟୀ ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ଦେଖିଥିଲେ ମହାମହିମ ରାଷ୍ଟ୍ରପତି । ଆଜି ସକାଳେ ପ୍ରାତଃ ଭ୍ରମଣ କରି ପୁରୀ ରାଜଭବନ ପଛ ପାଖରେ ଥିବା ବ୍ଲୁ ଫ୍ଲାଗ ବିଚରେ ରାଷ୍ଟ୍ରପତି ମର୍ଣ୍ଣିଂ ୱାକ୍ କରିଥିଲେ। ସମୁଦ୍ର କୂଳରେ ରାଷ୍ଟ୍ରପତି ଅନେକ ବାଟ ଚାଲିଥିଲେ । ସମୁଦ୍ର ବାଲିରେ ବୁଲି କିଛି ସମୟ ବିତାଇବା ପରେ ପୁଣି ରାଜଭବନକୁ ଫେରିଯାଇଥିଲେ ।